Fastest Odhisha News

ଅଳେଇଚ ଵା ଗୁଜୁରାତି ର ଉପକାରିତା

0

ଗୁଜୁରାତି କୁ ଲୋକମାନେ ଖାଦ୍ୟର ବାସ୍ନା ଵା ସୁଗନ୍ଧ ଆଣିବା ପାଇଁ ବ୍ୟବହାର କରିଥାନ୍ତି l କିନ୍ତୁ ଆପଣ କେବେ ଭାବିଛନ୍ତି ଏହି ସାଧାରଣ ଦେଖା ଯାଉଥିବା ଗୁଜୁରାତି ରେ କଣ ସବୁ ଔଷଧୀୟ ଗୁଣ ରହିଛି l ଗୁଜୁରାତି କୁ ରାତିରେ ପାଣି କିମ୍ବା କ୍ଷୀର ରେ ଭିଜାଇ ସକାଳୁ ସେବନ କଲେ ଏହା ଚମତ୍କାରୀ ଫାଇଦା ମିଳେ l

ପ୍ରଥମତଃ ଗୁଜୁରାତି କୁଷ୍ଠକାଠିନ୍ୟ ଦୂର କରିଥାଏ l ଯଦି ଆପଣଙ୍କର କୁଷ୍ଠକାଠିନ୍ୟ ସମସ୍ୟା ଅଛି, ପେଟ ଠିକ ସେ ସଫା ହେଇପାରୁନି କିମ୍ବା ହଜମ କ୍ରିୟା ରେ ସମସ୍ୟା ଅଛି, ପେଟ ଗ୍ୟାସ ଵା ଏସିଡ଼ିଟି ଖଟା ହାକୁଟି ଥିବାର ସମସ୍ୟା ଥାଏ, ତେବେ ପ୍ରତିଦିନ ରାତିରେ ଉଷୁମ ପାଣି ରେ ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ସେବନ କରନ୍ତୁ l ଏହା ଆପଣଙ୍କର ହଜମ କ୍ରିୟା ସହିତ ସମସ୍ତ ସମସ୍ୟା କୁ ଦୂର କରିବ l ପୁରୁଣା କନଷ୍ଟି ପେଶନ ମଧ୍ୟ ଦୂର କରିଥାଏ l

Benefits of Cardamom And Its Side Effects | Lybrate

ଦ୍ୱିତୀୟ ଟି ହେଲା :-ପେଟର ଚୋର୍ବି ମଧ୍ୟ ଦୂର ଵା ହ୍ରାସ କରିଥାଏ l ଯଦି ଆପଣ ମୋଟା ପଣ ସମସ୍ୟା ଵା ବର୍ଦ୍ଧିତ ପେଟ ପାଇଁ ଚିନ୍ତିତ ଅଛନ୍ତି ଏବଂ ଓଜନ ହ୍ରାସ କରିବା ପାଇଁ ଛାଁହୁଛନ୍ତି ତେବେ, ଗୁଜୁରାତି ଆପଣଙ୍କର ଏହି କାମକୁ ସହଜ କରିଦେଇଥାଏ l କାରଣ ଗୁଜୁରାତିରେ କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ B-1, B-6 ଏବଂ ଭିଟାମିନ C ରହିଥାଏ l ଯାହା ଆପଣଙ୍କର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଯଦି ଆପଣ ଙ୍କର ଓଜନ ହ୍ରାସ କରିବାବ. କୁ ଚାଁହୁଛନ୍ତି ତେବେ ରାତ୍ରି ରେ ଉଷୁମ ପାଣିରେ ଦୁଇଟି ଗୁଜୁରାତି ଗୁଣ୍ଡ ମିଶାଇ ସେବନ କରନ୍ତୁ l ଏପରି ଲଗାତାର ଏକ ମାସ ଯାଏ ସେବନ କଲେ ଆପଣଙ୍କର ଓଜନ ଜାଣିପାରିବେ l

ତୃତୀୟତଃ :-କେଶ ଝୋଡ଼ିଵା ବନ୍ଦ କରିଥାଏ l ଆଜିକାଲି କେଶ ଝୋଡ଼ିଵା ବଡ ସମସ୍ୟା ଯେତେ ତେଲ, ସାମ୍ପୁ ଦେଲେ ମଧ୍ୟ କେଶ ଝୋଡ଼ିବା ବନ୍ଦ ହୋଇନଥାଏ l ତେଣୁ ପ୍ରତିଦିନ ରାତିରେ କ୍ଷୀର ଵା ଉଷୁମ ପାଣିରେ ମିଶାଇ ଛଅ ମାସ ଯାଏ ଖାଇଲେ, କେଶ ଝୋଡ଼ିବା ବନ୍ଦ ହୋଇଥାଏ ଏବଂ କଳା ଏବଂ ମୋଜବୁତ ହୋଇଥାଏ l

ଚତୁର୍ଥତଃ ରକ୍ତ ସଂଚାଳନ କରିଥାଏ ଏବଂ ରକ୍ତ କୁ ପରିସ୍କାର କରିଥାଏ l ଏବଂ ତ୍ୱଚା ରେ ଚମକ ଆସିଥାଏ l
ପଞ୍ଚମତଃ ଶୂକ୍ରାଣୁ ସଂଖ୍ୟା ବୃଦ୍ଧିକରିଥାଏ l ବିଶେଷ କରି ପୁରୁଷ ମାନଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ ଶୂକ୍ରାଣୁ ମରିଯାଉଥିବାରୁ ନୋପୁଂସକ ହେବାର ସମ୍ଭାବନା ଥାଏ ଲଟନୁ ଏହି ଗୁଜୁରାତିକୁ ସେବନ କରିବା ଦରକାର l
ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିଲେ ଆଉ ମଧ୍ୟ ବାରମ୍ବାର ପରିସ୍ରା କିମ୍ବା ରହି ରହି ପରିସ୍ରା ହେଉଥିଲେ ଗୁଜୁରାତି ଏହାକୁ ଦୂର କରିଥାଏ l

Leave A Reply

Your email address will not be published.