Fastest Odhisha News

ଏ ଯୁଗର ଶ୍ରବଣ କୁମାର ! ବାପା ମାଆ ଙ୍କୁ ଭାର ରେ ବୋହି 105 କିଲୋମିଟର ନେଲେ କେମିତି ଦେଖନ୍ତୁ…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଶ୍ରାବଣ ମାସକୁ ଗୋଟିଏ ଧର୍ମ ଆଉ ପବିତ୍ର ମାସ ବୋଲି କୁହା ଯାଇଥାଏ | ଆଉ ଏହି ମାସ ରେ କେତେ କେତେ ଭକ୍ତ ମନରେ ଆଶା ଆଉ ହୃଦୟରେ ଭକ୍ତି କୁ ନେଇ ବାହାରି ଥାଆନ୍ତି କଉଡ଼ିଆ ଯାତ୍ରା ପାଇଁ | ତେବେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଠି ପୁଅ ଓ ବୋହୂ ମିଶିକି ବାପା ମା ଙ୍କୁ କାନ୍ଧରେ କାନ୍ଧେଇ ବାହାରିଛନ୍ତି କାଉଡ଼ିଆ ଯାତ୍ରା ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଘଟଣା ଟି ହେଉଛି ବିହାର ର ଯାହାନ୍ଦାବାଦ ବାସିନ୍ଦା ଚନ୍ଦନ କୁମାର ଆଉ ତାଙ୍କର ପତ୍ନୀ ରାଣୀ ଦେବୀ ଶ୍ରାବଣ ମାସରେ ନିଜର ବାପା ଆଉ ମା କୁ କାନ୍ଧେଇ କି ବାହାରିଛନ୍ତି ଶ୍ରାବଣ ମାସରେ କାଉଡିଆ ଯାତ୍ରାରେ |ସୁଲତାନୀଗଞ୍ଜ ରୁ ଜଳ ଆଣି ଦୁଇଜଣ ବାବାଙ୍କ ଧାମ ଦେଅଗଞ୍ଜ ଯାଉଛନ୍ତି |ତେବେ ପାଦରେ ଚାଲି ଚାଲି 105 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ ସେମାନଙ୍କୁ | ପାଦରେ ପୀଡ଼ା ଥିବା ସର୍ତ୍ତେ ବାପା ମା ଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ବୋଝ ବୋଲି ଭାବିନାହାନ୍ତି ସେମାନେ |

ତେବେ ପୁଅ ଜଣଙ୍କ ଶ୍ରବଣ କୁମାର ଙ୍କ ଭଳି ଶ୍ରାବଣ ମାସରେ ବାହାରି ପଡିଛନ୍ତି ଶିବ ଙ୍କ ମୁଣ୍ଡରେ ଜଳାଭିସେକ କରିବା ପାଇଁ | ଆଉ ପ୍ରତିବର୍ଷ ସେ ଏକ ପାଣି ଢାଳିବାକୁ ଯାଉଥିବା ବେଳେ ଏହି ବର୍ଷ ସେ ତାଙ୍କର ବାପା ଆଉ ମା ଙ୍କୁ ସାଙ୍ଗରେ ଧରି ବାବାଙ୍କ ଧମକୁ ଯିବ ପାଇଁ ଚାହିଁଥିଲେ | କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ ତାନଳର ବାପା ମା ଚାଲି ଚାଲି ଯିବ ପାଇଁ ସକ୍ଷମ ନ ଥିଲେ | ଆଉ ଯୋଉଁଥିପାଇଁ ପୁଅ ବୋହୂ ବାହାରିଥିଲେ ସେମାନଙ୍କୁ ବାପା ଙ୍କର ଦର୍ଶନ କରାଇଦେବା ପାଇଁ ଆଉ ତାହା ସାଙ୍ଗକୁ ଜଳାଭିଷେକ ମଧ୍ୟ କରେଇବା ପାଇଁ |

ତେବେ ସୂଚନା ଅନୁସାରେ ଚନ୍ଦନ କୁମାର ଆଉ ତାଙ୍କର ପତ୍ନୀ ସତ୍ୟନାରାୟଣ ଙ୍କ ବ୍ରତ କରନ୍ତି, ଆଉ ଯୋଉଥିପାଇଁ ସେମାନେ ପ୍ରତେକ ମାସ ବାହାରି ପଡନ୍ତି ସତ୍ୟନାରାୟଣ ଙ୍କ ପୂଜା ପାଇଁ ଏଥର କିନ୍ତୁ ବାପା ଆଉ ମା ଙ୍କୁ ସାଙ୍ଗରେ ନେଇ ବାହାରିଛନ୍ତି ଚନ୍ଦନ କୁମାର | ଆଉ ଦେଖା ଦେଇଛି କି ସେ ତାଙ୍କର ବାପା ମା ଙ୍କ ଆଖିରେ କପଡା ମଧ୍ୟ ବାନ୍ଧି ଦେଇଛନ୍ତି | ଆଉ ଯାହା ଫଳରେ ବାପା ମା ପୁଅର କଷ୍ଟ କୁ ଦେଖିକି ଯେମିତି ଦୁଃଖ ନ କରନ୍ତୁ | ତେବେ ଏହିଭଳି ପୁଅ ସମାଜ ପାଇଁ ଗୋଟିଏ ପ୍ରେରଣା ସାଜିଛି | ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି ସେସିଆଲ ମିଡ଼ିଆ ରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.