Fastest Odhisha News

କଇଂଛ ମୁଦି କିଏ ଏବଂ କିପରି ପିନ୍ଧିଲେ ମଣିଷ ହୁଏ ଧନୀ।

0

ଆଜି କାଲି ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଏହି କଇଂଛ ମୁଦିକୁ ଧାରଣ କରୁଛନ୍ତି l ପ୍ରାୟତଃ ସବୁ ଲୋକ ମାନଙ୍କର ଚିନ୍ତା ଧାରା ଅଲଗା ପ୍ରକାରର ହୋଇଥାଏ l ଏହି ମୁଦିକୁ ଧାରଣ କଲେ ଆମର ବହୁତ ଶୁଭ ଓ ଲାଭ ମଧ୍ୟ ହୋଇଥାଏ l ଅନେକ ଲୋକ ମାନଙ୍କୁ ଜଣା ନଥାଏ ଯେ ଏହି କଇଂଛ ମୁଦିକୁ କିପରି ପିନ୍ଧିବେ ଓ କେଉଁ ଆଙ୍ଗୁଳିରେ ପିନ୍ଧିବେ ଓ ଏହାର ବ୍ୟବହାର କିପରି କରିବେ l କେଉଁ ଦିନ ଏବଂ କେଉଁ ଧାତୁରେ ପିନ୍ଧିଲେ ଶୁଭ ହୋଇ ଥାଏ l ଏହି କଇଂଛର ମୁଦିକୁ କେଉଁ ରାଶିର ବ୍ୟକ୍ତି ପିନ୍ଧିଲେ ବହୁତ ଲାଭ ଏବଂ ଧନ ବର୍ଷା ହୋଇଥାଏ ଓ କେଉଁ ମାନଙ୍କର କ୍ଷତି ମଧ୍ୟ ହୋଇଥାଏ l ତେବେ ଆସନ୍ତୁ ଆଜି ଆମେ ଏହି କଇଂଛ ମୁଦିକୁ କିପରି ଓ କେଉଁ ରାଶିର ବ୍ୟକ୍ତି ବ୍ୟବହାର କରିବା ଲାଭ ଦାୟକ ହୋଇଥାଏ l

कछुए वाली अंगूठी क्यों पहने और उसके फायदे ।How to Wear Tortoise Ring &  Benefits in Hindi

ପୁରାଣ ଅନୁସାରେ କଇଂଛ ହେଉଛି ଭଗବାନ ବିଷ୍ଣୁଙ୍କର ଅବତାର l ଏହା ଶ୍ରୀହରି ବିଷ୍ଣୁଙ୍କର ସ୍ୱରୂପ ଅଟେ l ପ୍ରଭୁ ଶ୍ରୀହରିଙ୍କ ସହିତ ମାତା ଲଷ୍ମୀଙ୍କର ମଧ୍ୟ ଏହି କଇଂଛ ଉପରେ ଅପାର କୃପା ମଧ୍ୟ ରହିଛି l ଏହି ମୁଦିକୁ ପିନ୍ଧିଲେ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ l ଏହା ଦ୍ୱାରା ମଣିଷକୁ ଧନ ପ୍ରାପ୍ତ ହୋଇଥାଏ l ଏହି ମୁଦି ରୂପାରେ ତିଆରି ହୋଇଥିବା ଆବଶ୍ୟକ l ରାଶି ଅନୁସାରେ ଧାତୁର ପରିବର୍ତ୍ତନ କରିପାରିବା l ଏହି ମୁଦିକୁ ଆମେ ଦକ୍ଷିଣ ହସ୍ତରେ ବା ବିଶି ଆଙ୍ଗୁଳିରେ ଓ ଡାହାଣ ଆଙ୍ଗୁଳିରେ ପିନ୍ଧି ପାରିବା l ନାରୀ ହେଉ ବା ପୁରୁଷ l ଏହି ମୁଦିକୁ ଅନ୍ୟ କୌଣସି ଆଙ୍ଗୁଳିରେ ଧାରଣ କରିବେ ନାହିଁ l ଏହାକୁ କେବଳ ମେଷ, ସିଂହ, ଧନୁ ଓ କୁମ୍ଭ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା ବହୁତ ଶୁଭ ଫଳ ମିଳିଥାଏ l ଆପଣଙ୍କ ଜୀବନ ସୁଖ ଶାନ୍ତି ଓ ଧନରେ ଭାରି ଯାଇଥାଏ l

ଏହାକୁ ଛାଡି ଅନ୍ୟ ରାଶି ଗୁଡିକ ଏହି ମୁଦିକୁ ପିନ୍ଧିଲେ ସେମାନଙ୍କର ବହୁତ ଅଶୁଭ ହୋଇଥାଏ l ଏହି ମୁଦିକୁ ଆମେ ଶୁକ୍ରବାର ଦିନ କିଣିଲେ ବା ଶୁକ୍ରବାର ଦିନ ପିନ୍ଧିବାର ଵିଧି ରହିଛି l ଆମେ ଏହାକୁ ଦିନରେ ବା ସୂର୍ଯ୍ୟାସ୍ତ ହେବା ପୂର୍ବରୁ ପିନ୍ଧିବାର ଵିଧି ରହିଛି l ଏହି ମୁଦିକୁ ଧାରଣ କରିବା ପୂର୍ବରୁ ଆମେ ଗଙ୍ଗା ଜଳରେ ଭଲ ଭାବେ ଧୋଇ ଦେବା l ଏବଂ ଏଥିରେ ପଞ୍ଚାମୃତ ସିଞ୍ଚନ କରି ଦିଅନ୍ତୁ l ଏହି ମୁଦିକୁ ପିନ୍ଧିବା ପୂର୍ବରୁ ଲଷ୍ମୀ ନାରାୟଣ ପାଖରେ ପୂଜା କରି ଧାରଣ କରନ୍ତୁ l ଏହା କଲେ ଲଷ୍ମୀ ନାରାୟଣଙ୍କ ଅସୀମ କୃପା ମିଳିଥାଏ ଓ ବହୁତ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ l

Leave A Reply

Your email address will not be published.