Fastest Odhisha News

କଲବଲ କଲେଣି ଲୁଟେରା : ଏବେ ଗାଁ ଦାଣ୍ଡରେ ଚେନ୍‌ ଲୁଟେରା

0

ଖୋର୍ଦ୍ଧା /ଭୁବନେଶ୍ୱର :ଆପଣ ମାନେ ପୂର୍ବରୁ ଶୁଣିଥିବେ ଏହି ଚେନ ଲୁଟେରା ମାନଙ୍କ ଆତଙ୍କ ଵିଷୟରେ l ଆଗରୁ ଏମାନେ ରାଜ ରାସ୍ତାରେ ଚେନ ଛୀନ ତାଇ କାଣ୍ଡ ଘଟାଉ ଥିଲେ l ରାଜ ରାସ୍ତାରେ ଏମାନେ ସୁବୁବେଳ ଚେନ, ମୋବଇଲ, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଲୁଟ ପାଟ କରି ଥାନ୍ତି l ଏମାନେ ସୁବୁବେଳେ ବୟସ୍କ ବ୍ୟକ୍ତି ତଥା ମହିଳା ମାନଙ୍କୁ ବେଶି ଟାର୍ଗେଟ କରିଥାନ୍ତି l ଏହି ଘଟଣା ବାରମ୍ବାର ଘଟି ଆସୁଛି l ତେବେ ଏହି ଲୁଟେରା ମାନଙ୍କୁ ଧରିବା ସାଧାରଣ ଲୋକ ପକ୍ଷେ ସହଜ ନୁହଁ l

ଏବେ ଏହି ଲୁଟେରା ମାନେ ଗାଁ ଦାଣ୍ଡରେ ପେଶିଲେଣି l ଦିନକୁ ଦିନ ବଢୁଛି ଏମାନଙ୍କର ଆତଙ୍କ l ଆଜି ଭୁବନେଶ୍ୱରର ବାଲିଅନ୍ତା ଓ ବାଲିପାଟଣା ଅଂଚଳ ରେ ଘଟିଛି ଏପରି ଦୁଇଟି ଆତଙ୍କିତ ଘଟଣା l ସୂଚନାରୁ ପ୍ରକାଶ ଯେ ଅଠାନ୍ତର ପଞ୍ଚଯାତ ର ଗିରିଙ୍ଗ ମହାନ୍ତି ତାଙ୍କ ସ୍ତ୍ରୀ ବାସନ୍ତୀ ମଞ୍ଜରୀ ମହାନ୍ତି, ବୟସ55 ବର୍ଷ ଚେନ ଲୁଟର ଶିକାର ହୋଇଛନ୍ତି l

why all indian girls become daku while riding ...? | Unp.me

ସେ ପ୍ରତିଦିନ ତାଙ୍କ ଘର ବାହାର ବାରଣ୍ଡାରେ ବସନ୍ତି ନହେଲେ ଘର ସାମ୍ନା ଆଡେ ବୁଲା ବୁଲି କରନ୍ତି l ସି ସି ଟି ଭି ଫୁଟେଜ ଅନୁସାରେ ବାସନ୍ତୀ ନିଜ ଘର ଆଗରେ ଛିଡା ହୋଇ ଥିଲେ l ଏହି ସମୟରେ ଦୁଇଜଣ ଲୁଟେରା ବାଇକ ଯୋଗେ ଆସି ବାସନ୍ତୀଙ୍କ ପାଖରେ ଛିଡା କରିଥିଲେ l ବାସନ୍ତୀଙ୍କୁ ଠିକଣା ପଚରିବା ବାହାନାରେ ଜଣେ ଲୁଟେରା ତାଙ୍କ ପାଖକୁ ଯାଇ ତାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଇ ଥିଲେ ବାସନ୍ତୀ ଚିତ୍କାର କଲେ ମଧ୍ୟ କେହି ଶୁଣି ନଥିଲେ l ଏହି ଚେନ ଛୀନ ତାଇ ସମୟରେ ବାସନ୍ତୀ ତଳେ ପଡି ଯାଇଥିଲେ l କିଛି ସମୟ ପରେ ଖବର ପାଇ ପୋଲିସ ସେଠାରେ ପହଁଚି ତଦନ୍ତ ଜାରି ରଖିଥିଲା l ତେବେ ଏଯାଏଁ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରିନାହିଁ

ଏହିପରି ଆଉ ଏକ ଘଟଣା ଘଟିଛି ବାଲିଅନ୍ତା ଥାନା ଅଧିନସ୍ଥ ଭିଂଗାର ପୁର ଗ୍ରାମରେ l ଏହି ଗ୍ରାମର ନୀଳ କଣ୍ଠ ସାହୁଙ୍କ ପତ୍ନୀ ବାସନ୍ତୀ ସାହୁ ପ୍ରତିଦିନ ଭଳି ଦାଣ୍ଡ ପିଣ୍ଡାରେ ବସିଥିଲେ l ଦୁଇଜଣ ଲୁଟେରା ପଲସର ବାଇକ ଯୋଗେ ଆସି ବାସନ୍ତୀ ସାହୁଙ୍କ ପାଖରେ ପହଂଚି ଥିଲେ l ଜଣେ ଲୁଟେରା ଓଲ୍ହେଇ ବାସନ୍ତୀଙ୍କ ପାଟିକୁ ଚାପି ରଖି ଚେନ ଛୀନ ତାଇ କରି ବାଇକରେ କେଉଁ ଆଡେ ଖସି ପଳାଇ ଥିଲେ l ଏହି ଘଟଣାରେ ବାସନ୍ତୀ ବହୁତ ଡରି ଯାଇଥିଲେ l ପରେ ସେ ଚିତ୍କାର ମଧ୍ୟ କରଥିଲେ l ତାଙ୍କ ଚିତ୍କାର ଶୁଣି ପାଖରୁ କିଛି ଲୋକ ଧାଇଁ ଆସିଥିଲ l ହେଲେ ସେତେବେଳେକୁ ଲୁଟେରା ମାନେ ସେ ସ୍ଥାନ ଅତିକ୍ରମ କରି ସାରିଥିଲେ l ତେବେ ଏହିପରି ଘଟଣା ବାରମ୍ବାର ଘଟୁ ଥିବାରୁ ଲୋକ ମାନଙ୍କ ମନରେ ତୀବ୍ରତା ପ୍ରକାଶ ପାଇ ଥିଲା l

Leave A Reply

Your email address will not be published.