କାହିଁକି ଅଲଗା ହେଲେ ହିରୋ ଠୁ ହୁଣ୍ଡା, ପୁରା ଘଟଣା ଜାଣିଲେ ହୋସ ଉଡିଯିବ….
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ 90 ଦଶକ ରେ ଭାରତ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହିରୋ ହୋଣ୍ଡା କମ୍ପାନୀ ଭାରତ କୁ ପ୍ରଥମେ ତାହାର ମୋଟର ସାଇକେଲ ଭେଟିଦେଇଥିଲା | ତେବେ ସେତେବେଳେ ଲୋକଙ୍କ ପ୍ରଥମ ପସନ୍ଦ ଥିଲା ହିରୋ ହୋଣ୍ଡା | କାରଣ ସେତେବଳେ ଲୋକ ଜାଣିନଥିଲେ ଯେ ହିରୋ ହୋଣ୍ଡା ଗୋଟିଏ ନୁହେଁ ଏହା ୨ଟି କମ୍ପାନୀ | ଭାରତ ବଜାରକୁ ହୋଣ୍ଡା ଆସିବା ପୂର୍ବରୁ ପ୍ରଥମେ ହିରୋ ନାମକ ଏକ କମ୍ପାନୀ ସାଇକେଲ ତିଆରି କରୁଥିଲା | ଖାଲି ଭାରତ ନୁହେଁ ବିଦେଶ ରେ ମଧ୍ୟ ହିରୋ ସାଇକେଲ ର ଚାହିଦା ବେଶ ଭଲ ଦେଖିବାକୁ ମିଳୁଥିଲା | ତାହେଲେ ଆସନ୍ତୁ ଏହା ବିଷୟରେ ଅଧିକ କିଛି ଜାଣିବା
ଯେତେବେଳେ ଏହା ଚାହିଦା ବଜାର ରେ ବଢିବାକୁ ଲାଗିଲା ସେତେବେଳେ ହିରୋ କମ୍ପାନୀ ର ମାଲିକ ବ୍ରିଜ ମୋହନ ଯିଏ କି 1956 ମସିହା ପ୍ରଥମେ ସାଇକେଲ ନିର୍ମାଣ କରି ଭାରତ ବଜାର କୁ ଆଣିଥିଲେ ଓ ଏହା 1975 ମସିହା ବେଳେକୁ ସବୁଠାରୁ ବଡ଼ ସାଇକେଲ ନିର୍ମାଣ କାରୀ କମ୍ପାନୀ ହେଇସାରିଥିଲା ତାପରେ 1986 ମସିହା ବେଳକୁ ଏହା ସମସ୍ତ ବଡ଼ ବଡ଼ କମ୍ପାନୀ ଙ୍କ ମଧ୍ଯରୁ ଏକ ହେଇଯାଇଥିଲା | ସେତେବେଳେ ବ୍ରିଜ ମୋହନ ଦେଖିଲେ ବିଦେଶ ସାଇକେଲ ଠୁ ମୋଟର ସାଇକେଲ ର ଚାହିଦା ଅଧିକ ତେଣୁ ସେ ଭାରତ କୁ ହିରୋ କମ୍ପାନୀ ର ମୋଟର ସାଇକେଲ ନିର୍ମାଣ କରିବା ପାଇଁ ଭାବିଥିଲେ | ହେଲେ ସେତେବେଳେ ହିରୋ କମ୍ପାନୀ ପାଖରେ ମୋଟର ସାଇକେଲର ଇଂଜିନ ତିଆରି କରିବା ପାଇଁ ଟେକ୍ନୋଲୋଜି ନଥିଲା |
ସେତେବେଳେ ବ୍ରିଜ ମୋହନ ଜାପାନ ଏକ ବଡ଼ ମଟରସାଇକେଲ କମ୍ପାନୀ ହୋଣ୍ଡା ସହିତ ହାତ ମିଳାଇଥିଲେ ଓ ଭାରତ କୁ ସେ ପ୍ରଥମେ 1984 ମସିହା ରେ ପ୍ରଥମେ ମୋଟର ସାଇକେଲ ନିର୍ମାଣ କରିଥିଲେ | ସେତେବେଳେ ହିରୋ ମୋଟର ସାଇକେଲ ର ବୋଡି ପାର୍ଟି ତିଆରି କରୁଥିଲା ଓ ହୋଣ୍ଡା ଏହାର ଇଂଜିନ ତିଆରି କରୁଥିଲା | ହିରୋ ହୋଣ୍ଡା ର ପ୍ରଥମ ପ୍ଲାଣ୍ଟ ହରିୟାଣା ରେ ତିଆରି କରାଯାଇଥିଲା ଓ 1985 ମସିହା ର ଏହାର ପ୍ରଥମ ମୋଟର ସାଇକେଲ ହିରୋ ହୋଣ୍ଡା ସିଡି 100 ଥିଲା | ଯାହା କମ ମୂଲ୍ୟ ରେ ସମସ୍ତ ଙ୍କ ଉପଲବ୍ଧ ଥିଲା ଓ ଏହାକୁ ସମସ୍ତେ ପସନ୍ଦ ମଧ୍ୟ କରୁଥିଲେ | ଯେତେବେଳେ ଜାପାନ ମୁଦ୍ରା ର ମୂଲ୍ୟ ବୃଦ୍ଧି ପାଉଥୁବା ରୁ ଜାପାନ ରୁ ଆସୁଥିବା ସ୍ପେୟାର ପାର୍ଟି ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା | ତାହା ସହିତ ସେତେବେଳେ ଭାରତ କୁ ଟିଭିଏସ, ସୁଜୁକି, ଏମିତି ବିଭିନ୍ନ କମ୍ପାନୀ ମାନ ଆସି ହିରୋହୋଣ୍ଡା ସହିତ ପ୍ରତିଯୋଗିତା କରିବାକୁ ଲାଗିଥିଲେ |
ତେବେ ଏହାକୁ ଆମର ଭାରତର ପାଖା ପାଖି ଦେଶ ନେପାଳ ଭୁଟାନ ବାଂଲାଦେଶ ମଧ୍ୟ ପରେ ବ୍ୟବହାର କରିବାରେ ଲାଗିଥିଲା | ତେବେ ସେତେବେଳେ ହିରୋ ଆଉ ହୋଣ୍ଡା ଦୁଇଟି କମ୍ପାନୀ ଥିଲା ଓ ସେଥିରେ ହୋଣ୍ଡା ଯନ୍ତ୍ର ନିର୍ମାଣ କରୁଥିବା ବେଳେ ହିରୋ ଅନ୍ୟ ଜିନିଷ ପ୍ରସ୍ତୁତ କରୁଥିଲା ତେବେ ଦୁଇଟି ଅଲଗା ହେବା ପରେ କ୍ଷତି ସହିବ ବୋଲି ଭାବିଥିଲେ |ଆଉ ହୋଣ୍ଡା ହିରୋ କମ୍ପାନୀ ର 26 % ସେୟାର ଥିଲା | ଆଉ ଯେଉଁଥିପାଇଁ ହୁଣ୍ଡା ନିଜେ ତାର କମ୍ପାନୀ ଖୋଲି 2010 ମସିହାରେ ଲଞ୍ଚ କରିଲା ଆଉ ହିରୋ ଆଉ ହୋଣ୍ଡା ଦୁଇଟି କମ୍ପାନୀ ଅଲଗା ହୋଇଗଲା |ଯାହା ଏବେ ଭାଇରାଲ ହେବାରେ ଲାଗିଛି ଏହି ଖବର ଟି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।