Fastest Odhisha News

କୁନି କଣ୍ଠରେ ” ହର ହର ଶମ୍ଭୁ ଶିବ ମହାଦେବ ” ଗୀତ ଗାଇ ପ୍ରଶଂସା ସାଉଁଟୁଛନ୍ତି ଆରାଧ୍ୟା…. ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ କୁହାଯାଏ ଭକ୍ତି ରେ ଭଗବାନ ବାସ କରନ୍ତି | ଆଉ ଯଦି ଆମ ମନରେ ଭକ୍ତି ଭାବ ଥିବ ତାହେଲେ ଭଗବାନ ଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିବ | ତେବେ ସେ ଛୋଟ ହେଉ କି ବଡ଼ ଯଦି ତାଙ୍କ ପାଖରେ ପ୍ରତିଭା ରହିଥିବ ତେବେ ସେହି ପ୍ରତିଭା ଦ୍ଵାରା ସେ ସମସ୍ତଙ୍କୁ ମୁଗ୍ଧ ମଧ୍ୟ କରିପାରିବେ , ଆଉ ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ ମଧ୍ୟ କରିନେବେ | ଠିକ ଏପରି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯୋଉଠି କୁନି ଝିଅଟି ତାର କୁନି ଓଠ ରେ ମଧୁର ସ୍ୱରରେ ଗାଇବାକୁ ଲାଗିଛି “ହର ହର ଶମ୍ଭୁ” ଙ୍କର ଗୀତ ଟିକୁ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି କୁନି ଝିଅଟିର ପ୍ରତିଭା ବିଷୟରେ ଅଧିକ କିଛି ଜାଣିବା |

ତେବେ ସାଧାରଣତଃ ଆମେ ଜାଣି ଥାଉ କି ମନରେ ଭକ୍ତି ଆଉ ହୃଦୟରେ ଶାନ୍ତି ଭରି ଦେଇଥାଏ ସଂଗୀତ | ଆଉ ଯଦି ଆମେ ସଂଗୀତ କୁ ସ୍ୱର ଆଉ ତାଳର ସହିତ ଗାଇଥାଉ ତେବେ ସେହି ସଂଗୀତ ର ଯାଦୁ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯୋଉଁଠି କୁନି ଝିଅଟି ଭକ୍ତିର ସହିତ ତାର ସୁମଧୁର କଣ୍ଠ ରେ ଗାଉଛି ଦେବ ଦେବ ମହାଦେବ ଙ୍କର ଗୀତ |ଆଉ ଯାହାକୁ ଶୁଣିଲେ ଆପଣଙ୍କ ହୃଦୟକୁ ମଧ୍ୟ ତାହା ଆନ୍ଦୋଳିତ କରିବ |

ତେବେ ମିଳିଥିବା ସୂଚନା ଅନୁସାରେ କୁନି ଝିଅଟିର ଘର ଜିଲ୍ଲାର ନିମାପଡ଼ା ବ୍ଲକ ଦୋଳଭୋନ ପୁରରେ, ଆଉ ଝିଅଟିର ନାଁ ହେଉଛି ଆରାଧ୍ୟା ବେହେରା, ଯିଏ କି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି | ଆଉ ସଂଗୀତ ପ୍ରତି ତାଙ୍କର ରହିଛି ଆନ୍ତରିକତା ଆଉ ପ୍ରଗାଢ଼ ଭଲ ପାଇବା | ଯୋଉଥି ପାଇଁ ନିର୍ଭୁଲ ଭାବରେ ଆରାଧ୍ୟା ଗାଉଛନ୍ତି ଶିବ ଙ୍କର ଭଜନ “କର୍ପୁର ଗୌର କରୁଣା ବ ତାରମ, ସଂସାର ସାରମ ଭୁଜ କେନ୍ଦ୍ର ହାରାମ ” | ସତରେ କୁନି ପିଲାଟିର ଏହି ଭଳି ଗୀତ ଶୁଣିବା ବେଳେ ଲାଗୁଛି ସତେ ଯେପରେ ସ୍ୱୟଂ ସରସ୍ବତୀ ଝିଅଟିର କଣ୍ଠ ରେ ଆସି ବିରାଜ ମାନ କରିଛନ୍ତି |

ତେବେ ଝିଅଟି ତାର ନିଜ ସ୍କୁଲ ରେ ଏହି ଭଳି ଗୀତ ଗାଉଥିବାର ଦେଖିବାକୁ ମିଳିଛି, ଆଉ ଯେଉଁ ଗୀତ କୁ ଶୁଣିଲା ପରେ ଖାଲି ଉପସ୍ଥିତ ଲୋକ ନୁହଁନ୍ତି, ଯାହା କାନରେ ମଧ୍ୟ ଏହି ଗୀତଟି ପଡିବ ସେ ଏହି କୁନି ଝିଅଟିର ପ୍ରସଂଶା ନ କରି ରହିପାରିବ ନାହିଁ | ତେବେ ଆଜିର ସେସିଆଲ ମିଡ଼ିଆ ଯୁଗରେ ପିଲା ଠାରୁ ଆରମ୍ଭ କରିକି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭା କୁ ସମସ୍ତଙ୍କ ସାମ୍ନା କୁ ଆଣିବାକୁ ଚାହାଁନ୍ତି | ତେବେ ଛୋଟ ଝିଅଟିର ଏହିଭଳି ହର ହର ଶମ୍ଭୁ ଭଜନଟି ବର୍ତ୍ତମାନ ବେଶ ଲୋକ ପ୍ରିୟ ହେବା ସହିତ , ଦର୍ଶକ ମାନଙ୍କ ମନକୁ ମଧ୍ୟ ଛୁଇଁଛି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.