Fastest Odhisha News

ଗାଁରେ ପିମ୍ପୁଡ଼ି ଆତଙ୍କ, ଘରୁ ବାହାରି ପାରୁ ନାହାଁନ୍ତି ଲୋକେ… ଭୟରେ ଗାଁ ଛାଡ଼ିବେ ଲୋକେ

0

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ନୂଆ ନୂଆ ଭିଡିଓ ଭାଇରାଲ ହେବାର ଆପଣ ମାନକ ନଜରକୁ ଆସୁଥିବ ନିଶ୍ଟିତ, କିନ୍ତୁ ଆଜି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା କୌଣସି ଏକ ବଡ ଜୀବ ଜନ୍ତୁକୁ ନେଇ ନୁହଁ ତାହା ହେଉଛି ଏଇ ସୃଷ୍ଟିର ଏକ କ୍ଷୁଦ୍ର ଜୀବ ନାଲି ପିଂମ୍ପୁଡ଼ି ଯେକି ଶ୍ରେଷ୍ଠ ଜୀବ ମଣିଷ ମାନଙ୍କୁ ଦୀର୍ଘ ୮ ମାସ ହେଲାଣି କଲବଲ କରି ଚାଲିଛି l ହାତୀର ବଳ ବି ପିମ୍ପୁଡି ବଳ ସହ ସମାନ ହୋଇନଥିଲା l ତେଣୁ ଏ ସୃଷ୍ଟିରେ ଯେତେ ଛୋଟ ଜୀବ ହେଲେ ତାକୁ ହୀନ ମନେ କରିବା ଉଚିତ ନୁହଁ l ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ଏହି ପିଂପୁଡି ମାନଙ୍କ ଭୟରେ ଗ୍ରାମର ଲୋକ ଗାଁ ଛାଡିବାକୁ ବସିଲେ l ନା ସେମାନେ ଶାନ୍ତିରେ ଖାଇପାରୁଛନ୍ତି ନା ଶୋଇ ପାରୁଛନ୍ତି, ଏହି ପିଂପୁଡି କାମୁଡିବାରେ ସେମାନେ ପୀଡିତ ମଧ୍ୟ ହେଲେଣି l ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲlର ଚନ୍ଦ୍ରlଦେଇପୁରରେ, ଏହି ଗ୍ରାମର ଶହ ଶହ ଲୋକ କଲବଲ ହେଉଛନ୍ତି ଏଇ ନାଲି ପିଂପୁଡି ପାଇଁ ଗାଁ ସାରା ଯୁଆଡେ ଚାହିଁଲେ ଖାଲି ପିଂପୁଡି ଦେଖାଯାଉଛନ୍ତି ଗାଁ ଲୋକ ନା ଦାଣ୍ଡରେ ଚାଲିପାରୁଛନ୍ତି ନା ଘରେ ଶାନ୍ତିରେ ବସି ପାରୁଛନ୍ତି l ଘର କାମ ଠାରୁ ଚାଷ କାମ ଯାଏଁ କିଛି କରେଇ ଦେଉନାହାନ୍ତି ଏଇ ନାଲି ପିଂପୁଡି l ଦୀର୍ଘ 8ମାସ ହେଲାଣି ହଇରାଣ ହେଲେଣିଲୋକେ l ଶାନ୍ତିରେ ଶୁଆଇ ଦେଉନି କି ଖୁଆଇ ଦେଉନି ଖାଲି ହନ୍ତସନ୍ତ କରୁଛି ଏଇ ଗ୍ରାମବାସୀ ମାନଙ୍କୁ l

ଖାଲି ଏତିକି ନୁହଁ ଏଇ ନାଲି ପିଂପୁଡି କାମୁଡି ଦେଉଛନ୍ତି ମଧ୍ୟ,ସେମାନେ କାମୁଡିବା ଦ୍ଵାରା ଇନଫେକ୍ସନ ହୋଇ ଘା ହୋଇଯାଉଛି, ଏଇ ଘା କୁଣ୍ଡେଇ ହେଉଛି ଏହାଦ୍ୱାରା ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି l ଏହି ଘା ରେ ବହୁତ ଲୋକ ଆକ୍ରାନ୍ତ ହେଲେଣି କିନ୍ତୁ ସେମାନେ ଉପଯୁକ୍ତ ଚିକିତ୍ସା ପାଇ ପାରୁନାହାନ୍ତି l ଦୀର୍ଘ 8ମାସ ହେଲାଣି ହଇରାଣ ହେଲେଣିଲୋକେ, ଗତମlସ ବନ୍ୟା ଜଳରେ ଭାସି ଯିବେ ପିଂପୁଡି ବୋଲି ଲୋକେ ଭାବିଥିଲି ହେଲେ ବନ୍ୟା ଜଳ ଛାଡି ଯାଇଛି ହେଲେ ଛାଡି ଯାଇନି ଏହି ପିଂପୁଡି l

ଏହି ପିଂପୁଡି ଭୟରେ ଗ୍ରାମବାସୀ ଗାଁ ଛାଡିବାକୁ ବସିଲେଣି କିନ୍ତୁ ଏ ପଯ୍ୟନ୍ତ ଏହାର ସମାଧାନ ର ବାଟ ମିଳୁନାହିଁ l ପିଂପୁଡି ର ଏହି ଉପଦ୍ରବ୍ୟ କୁ ସହ୍ୟ କରି ନ ପାରି ଏମାନଂକୁ ମାରିବା ପାଇଁ କିଛି ପଦକ୍ଷେପ ନେବା ପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ଗ୍ରାମ ବାସୀ l ଆଜି ମଣିଷ ବି ପିମ୍ପୁଡି ପାଖରେ ହାର ମାନିଛି l ପିଂପୁଡି ମାନଙ୍କୁ ନେଇ ଏହି ଖବର ସୋସିଆଲ ମେଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.