Fastest Odhisha News

ଦେଖନ୍ତୁ ମାଙ୍କଡ଼ ଓ ମଣିଷର ଅନାବିଳ ପ୍ରେମ, ବୁଢା ବୟସରେ ବି ସାଥ ଛାଡି ନାହାନ୍ତି ଏହି ଦୁଇ ମାଙ୍କଡ…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଏପରି ଏକ ଭିଡିଓ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ତେବେ ଆପଣ ଅନେକ ପ୍ରକାରର ସମ୍ପର୍କ ଦେଖିଥିବେ | କିନ୍ତୁ ଏହି ସମ୍ପର୍କଟି ଟିକିଏ ନିଆରା, ଆଉ ଏହି ସମ୍ପର୍କ କୁ ଆପଣ ମଧ୍ୟ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ମାଙ୍କଡ଼ ଆଉ ବୃଦ୍ଧ ଙ୍କ ମଧ୍ୟରେ ଥିବା ଅନାବିଡ ସମ୍ପର୍କ ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଇଥିବା ଏହି ଭିଡିଓଟି ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟସ୍ଥ ସରପୋଦ ଗ୍ରାମର ନାଡୁ ତିଆରି | ତେବେ ସ୍ତ୍ରୀ ଚାଲିଗଲା ପରେ ସେ ପୁରାପୁରି ଏକ ହୋଇ ଯାଇଥିଲେ | ଆଉ ତାଙ୍କର ଦେଖା ଶୁଣା କରିବା ପାଇଁ ନା ଥିଲେ କେହି ନିଜ ଲୋକ ନା ରହିବା ପାଇଁ ତାଙ୍କ ପାଖରେ ଥିଲା ଘରର ସୁବିଧା | ଆଉ ଏକ ଥିବା ବେଳେ ସେ ପାଇଥିଲେ ଦୁଇଟି ମାଙ୍କଡ଼ ଛୁଆ ଙ୍କୁ | ଆଉ ବାର୍ଦ୍ଧକ୍ୟ କଲରେ ସେହିମାନେ ସାଜିଥିଲେ ନାଡୁ ମଉସା ଙ୍କ ଆଶା ବାଢ଼ି |

ତେବେ ନାଡୁ ମଉସା ସ୍ନେହରେ ସେମାନଙ୍କ ର ନାଁ ଦେଇଥିଲେ ରାମୁ ଆଉ ଶାନ୍ତି | ଦୁଇଜଣ ଯେମିତି ତାଙ୍କର ପିଲା ପରି ଆଉ ଉଭୟ ଉଭୟଙ୍କର ଯତ୍ନ ନିଅନ୍ତି | ଆଉ ନାଡୁ ମଉସା ଙ୍କ ଦେହ ଖରାପ ମଧ୍ୟ ହେଲେ ପାଖରେ ଥିବା ପଡୋଶୀ ମାନଙ୍କୁ ଡାକି ଆଣନ୍ତି ସାହାଯ୍ୟ ପାଇଁ | ତାହା ସହିତ ନାଡୁ ମଉସାଙ୍କ ସହିତ ମିଶିକି ଯାଆନ୍ତି ପାଖ ଗାଁ କୁ ଭିକ ମାଗିବା ପାଇଁ | ଆଉ ସେଠାରେ ଯାହା ମିଳେ ତାହାକୁ ନେଇକି ତିନିଜଣ ମିଶିକି ଖାଆନ୍ତି ଓ ମିଶିକି ଶୁଅନ୍ତି |

ତେବେ ଗୋଟିଏ ଦୁଃଖର କଥାକି ଏତେ ବୟସ ହେବା ପରେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ଭର୍ତ୍ତା ନାହିଁ କି ରେସନ କାର୍ଡ ନାହିଁ | ତାହା ବ୍ୟତୀତ ଘରେ ରହିବା ପାଇଁ ଘର ଖଣ୍ଡିକ ମଧ୍ୟ ନାହିଁ | ତେବେ ଗାଁ ର ଲୋକ ମାନେ ସରକାର ଙ୍କୁ ସମସ୍ତ ସୁବିଧା ସୁଯୋଗ ଏହି ବୃଦ୍ଧ ଜଣଙ୍କୁ ଯୋଗାଇ ଦେବମୁଁ କହିଥିବା ବେଳେ | ବୃଦ୍ଧ ଜଣକ ନିଜେ ମଧ୍ୟ ମିଡ଼ିଆ ଆଗରେ ସାହାଯ୍ୟ ପାଇଁ ହାତ ଯୋଡ଼ିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.