Fastest Odhisha News

ନେପାଳ ର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

0

ବନ୍ଧୁ ଗଣ ଆଜି ଆମେ ଆପଣ ମାନଙ୍କୁ ନେପାଳ ଭଳି ଏକ ଛୋଟ ହିନ୍ଦୁ ରାଷ୍ଟ୍ର ର ସଂସ୍କୃତି ଓ ପରମ୍ପରା ବିଷୟ ରେ ଜଣାଇବା ପାଇଁ ଯାଉଛୁ। ନେପାଳ ଭାରତର ପଡୋଶୀ ରାଷ୍ଟ୍ର ଏହା ଆପଣ ମାନେ ନିହାତି ଜାଣି ଥିବେ। ଯେହେତୁ ଏହା ଏକ ହିନ୍ଦୁ ରାଷ୍ଟ୍ର ତେଣୁ ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ସେ ସର୍ବଦା ଗର୍ବିତ। ତେବେ ନେପାଳ ଭାରତ ର ଉତ୍ତର ସୀମାକୁ ଲାଗି ରହିଛି। ଆପଣ ମାନଙ୍କୁ ଅନ୍ୟ ଦେଶ ପରିଭ୍ରମଣ ରେ ଯିବା ପାଇଁ ହେଲେ ଭିସା ଓ ପାସ୍ ପୋଟ ର ଆବଶ୍ୟକତା ପଡି ଥାଏ। ମାତ୍ର ନେପାଳ ଏଭଳି ଏକ ଦେଶ ଯେଉଁଠିକୁ ଯିବାକୁ ହେଲେ ଆପଣଙ୍କୁ କୌଣସି ଭିସା ବା ପାସ୍ ପୋଟ୍ ର ଦରକାର ପଡି ନ ଥାଏ।

15 Historical Places in Nepal (2022) | Holidify

ଏହି ଦେଶକୁ ଦକ୍ଷିଣ ଏସିଆ ମହା ଦେଶ ର ପୁରାତନ ଦେଶ ଭାବେ ଗଣନା କରାଯାଏ। ଏଭରେଷ୍ଟ ଶୃଙ୍ଗ ଓ ବୁଦ୍ଧ ଦେବ ଙ୍କ ଅବସ୍ଥାନ ପାଇଁ ନେପାଳ ଦେଶ ବିଦେଶରେ ପ୍ରସିଦ୍ଧି ଅର୍ଜନ କରିଛି। ଭାରତ ସହ ନେପାଳ ର ଘନିଷ୍ଠତା ଅତି ନିବିଡ଼। ପୃଥିବୀରେ ଏପରି ଅନେକ ଦେଶ ରହିଛି ଯାହାର ଚରିପର୍ଶ୍ୱରେ ସମୁଦ୍ରର ଅବସ୍ଥିତି ନାହିଁ। ନେପାଳ ସେହି ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ। କାଠମାଣ୍ଡୁ ହେଉଛି ନେପାଳ ର ରାଜଧାନୀ ଏବଂ ଏହା ନେପାଳ ର ସବୁଠାରୁ ବଡ ସହର ଅଟେ। ପୃଥିବୀର ୧୦ଟି ମୁଖ୍ୟ ଲୋକପ୍ରିୟ ସହର ମଧ୍ୟରେ ଏହାର ନାମ ରହିଛି। ଏହାର ବୟସ ପାଖାପାଖି ୨୦୦୦ ବର୍ଷ ହେବ।

ତେବେ କାଠମାଣ୍ଡୁ ଏକ ମନ୍ଦିର ମାଳିନୀ ସହର ଅଟେ। ଯିଏ କି ନେପାଳ ପରମ୍ପରା ର ମୁକ ସାକ୍ଷୀ। ନିବାର୍ ନାମକ ଜନଜାତି କାଠମାଣ୍ଡୁ ର ବାସିନ୍ଦା ଅଟନ୍ତି। ନେପାଳ ଏଭଳି ଏକ ହିନ୍ଦୁ ରାଷ୍ଟ୍ର ଯିଏକି ଅନ୍ୟ କୌଣସି ଦେଶ ସାମ୍ନାରେ ମୁଣ୍ଡ ନୁଆଁଇ ନାହିଁ କି ଗୋଲାମ ବନି ନାହିଁ। ତେଣୁ ଭାରତ ପରି ଏଠାରେ କୌଣସି ସ୍ୱତନ୍ତ୍ରତା ଦିବସ ପାଳିତ ହୁଏ ନାହିଁ। ନେପାଳ ଏକ ଛୋଟ ରାଷ୍ଟ୍ର ହୋଇ ଥିବାରୁ ଏହାର ଜନସଂଖ୍ୟା ବହୁତ୍ କମ୍ ଅର୍ଥାତ୍ ୩ କୋଟି ଅଟେ ଏବଂ ଏଠାରେ ୧୨୩ ଟି ଭାଷାଭାଷୀ ର ଲୋକ ବାସ କରନ୍ତି।

ନେପାଳ ଭଳି ଦେଶକୁ ଯୁଦ୍ଧ ରେ କୌଣସି ଦେଶ ଆଜି ଯାଏ ହରାଇ ନାହାନ୍ତି ଓ ଏହାର ଶ୍ରେୟ ନେପାଳ ର ଗୋର୍ଖା ଆର୍ମି କୁ ଦିଆ ଯାଏ। ପୂର୍ବରୁ ଏହି ଆର୍ମି ପ୍ରଥମ ବିଶ୍ବ ଯୁଦ୍ଧ ଓ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ରେ ଅନ୍ୟ ଦେଶ ପାଇଁ ଲଢ଼ି ସରିଛି। ନେପାଳ ରାଷ୍ଟ୍ର ର ୮୧ ପ୍ରତିଶତ ବାସିନ୍ଦା ହିନ୍ଦୁ,୯ ପ୍ରତିଶତ ବାସିନ୍ଦା ବୌଦ୍ଧ,୫ ପ୍ରତିଶତ ବାସିନ୍ଦା ଇସଲାମ, ୩ ପ୍ରତିଶତ ବାସିନ୍ଦା କେରାଂ ଓ ୧.୪ ପ୍ରତିଶତ ବାସିନ୍ଦା ଏସାଇ ଧରମାବଲମ୍ବୀ ଅଟନ୍ତି।

Leave A Reply

Your email address will not be published.