Fastest Odhisha News

୨୩ ସେପ୍ଟେମ୍ବର ଯାଏଁ ରାହୁ, ମିଥୁନ ରାଶିରେ ବିରାଜମାନ କରିବେ, କିଏ ହେବ ମାଲାମାଲ। ଜାଣନ୍ତୁ ସବୁ ରାଶିଙ୍କ ଉପରେ ପ୍ରଭାବ ବିଷୟରେ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଉଚିତ୍ ଭାବରେ ଚଳ ପ୍ରଚଳ ଏବଂ ସେମାନଙ୍କ ପ୍ରବାହ କାରଣରୁ ବହୁତ୍ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ସେମାନଙ୍କ ଭିତରେ ପରିବର୍ତ୍ତନ କାରଣରୁ କୌଣସି ସମସ୍ୟା ପରିଲକ୍ଷିତ ହେଲେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିଥାଏ। ଗ୍ରହ ମାନଙ୍କ ମଧ୍ୟରୁ ଶନି ଓ ରାହୁ ଅନେକ ପ୍ରଭାବ ପକାଇ ଥାଆନ୍ତି।ରାହୁ ଏକ ଏଭଳି ଗ୍ରହ ଯାହାର ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବା ମାତ୍ରେ ଉକ୍ତ ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସି ଥାଏ। ଯେପରି କି ଶରୀର ଅସୁସ୍ଥ ରୁହେ, ଦୁର୍ଘଟଣା ଘଟେ, ଆର୍ଥିକ ସମସ୍ୟା ଲାଗି ରୁହେ,ପାରିବାରିକ ଅଶାନ୍ତି ଦେଖା ଦିଏ।

କହିବା ପାଇଁ ଗଲେ ବ୍ୟକ୍ତିର ଶାରୀରିକ ଅସୁସ୍ଥତା ଲଗି ରହିବା ସହ ମାନସିକ ଅଶାନ୍ତି ଦେଖା ଦିଏ। ରାହୁ ଚଳନ ର ପ୍ରଭାବ ସବୁ ରାଶି ଉପରେ ପଡ଼ି ଥାଏ। ଏହା ନବ ଗ୍ରହ ମଧ୍ୟରୁ ଅନ୍ୟତମ।୨୦୨୦ ମସିହାରେ ରାହୁ ଚଳନର ପ୍ରଭାବ ୧୨ ଟି ରାଶିର ବ୍ୟକ୍ତି ଜୀବନରେ ପତିତ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ବର୍ଷ ରାହୁ ଗ୍ରହ ପ୍ରଭାବ ରାଶି ମାନଙ୍କ ଉପରେ କିଭଳି ପଡୁଛି। ସେପଟେମ୍ୱର ୨୩ ତାରିଖ ସକାଳ ୮.୨୦ ଘଟିକା ପର୍ଯ୍ୟନ୍ତ ଏହା ମିଥୁନ ରାଶିରେ ବିରାଜମାନ କରିବ ଏହା ପରେ ବୃଷ ରାଶିରେ ଏହାର ପ୍ରଭାବ ଦୃଷ୍ଟି ଗୋଚର ହେବ।ତେବେ ଆସନ୍ତୁ ଜାଣିବା କେଉଁ ରାହୁ ର ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶି ଗୁଡ଼ିକ ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଏବଂ କଣ ସବୁ ପରିବର୍ତ୍ତନ ଘଟିବା ପାଇଁ ଯାଉଅଛି।

Eight Mysterious Places In Nepal: Intriguing And Thrilling

ମେଷ- ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ରାହୁ ର ପ୍ରଭାବ ଭଲ ରହିବା କାରଣରୁ ଏହା ଆପଣଙ୍କୁ ଅନେକ ସମସ୍ୟା ରୁ ମୁକ୍ତି ଦେବ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ।

ସିଂହ- ରାହୁ ର ପ୍ରଭାବ ଏହି ରାଶି ମାନଙ୍କ ଉପରେ ମଧ୍ୟ ଉତ୍ତମ ରହିବ। ଆପଣଙ୍କ ପ୍ରତିଟି କାର୍ଯ୍ୟ ଓ ଯୋଜନା ସଫଳ ହେବ ଏବଂ ଆପଣ ବିଜୟ ହାସଲ କରିବେ।

ବିଛା- ଆପଣଙ୍କ ପାଇଁ ବି ରାହୁ ବହୁତ୍ ଭଲ ଖବର ଆଣିବ। ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତି ଆସିବା ସହିତ ପାରିବାରିକ ଜୀବନରେ ମଧ୍ୟ ଖୁସି ଖେଳିଯିବ ଏବଂ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ଜାଣନ୍ତୁ ଆଉ ଅନ୍ୟ ରାଶି ମାନଙ୍କ ଉପରେ କଣ ରହିବ ପ୍ରଭାବ ଏବଂ କିପରି ଭାବରେ ସେମାନଙ୍କର ଆଗାମୀ ଦିନ ଗୁଡ଼ିକ ଉପରେ ରାହୁ ବିରାଜମାନ କରିବେ।

ଉପରୋକ୍ତ ରାଶି ମାନଙ୍କୁ ଛାଡ଼ି ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ଆଦି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଯଦିଓ ସାମାନ୍ୟ ସମସ୍ୟା ରହିଛି। ଅସୁସ୍ଥତା, ଶରୀର ପୀଡ଼ା ଜନିତ ସମସ୍ୟା ଏବଂ ସାମାନ୍ୟ ଶାରିରୀକ ସମସ୍ୟା ରହିଛି, ତଥାପି ଆପଣ ରାହୁ ପୂଜା କରିବା ସହିତ ରାହୁ ଦେବତା ଙ୍କୁ ମନ୍ଦିରରେ ଦର୍ଶନ କରିବା ଦ୍ୱାରା ଆପଣ ଙ୍କ ସମସ୍ୟା ଦୂର ହେବ।

Leave A Reply

Your email address will not be published.