Fastest Odhisha News

୮ ମାସରେ ୬ ଜଣଙ୍କ ସ୍ତ୍ରୀ, ବାହାଘର ପିଛା ମିଳୁଥିଲା ୧୦ ହଜାର ଟଙ୍କା

0

ମଣିଷ ହୋଇ ଏଭଳି ଅମାନସିକ କାର୍ଯ୍ୟ କରିବା ପାଇଁ ପଛାଉ ନାହାନ୍ତି ଏଭଳି କିଛି ବ୍ୟକ୍ତି l ଯେଉଁ ମାନଙ୍କ ପାଇଁ ଆଜି ଏ ସମାଜ ଲୀନ ହେବାକୁ ବସିଲାଣି l ମଣିଷ ମଣିଷକୁ ବିଶ୍ୱାସ କରିବା ପାଇଁ ନାରାଜ ହେଉଛନ୍ତି l ଚାରି ଆଡେ ଘଟି ଚାଲିଛି ଅନୈତିକ ,ଅସାମାଜିକ ଓ ଅମାନସିକ କାର୍ଯ୍ୟ l ଆମେ ଆଜି ଆପଣକୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ ,ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯିବେ l

ଜଣେ ନୁହେଁ କି ଦୁଇ ଜଣ ନୁହଁ ଏକା ଥରେ 8 ଜଣଙ୍କର ପତ୍ନୀ ସାଜିଲେ ଏହି ମହିଳା ଜଣଙ୍କ l ସୂଚନା ଅନୁଯାଇ ଜଣେ ମହିଳା ବିଭିନ୍ନ ଯୁବକଙ୍କୁ ବିବାହ କରିବା ଆଳରେ ହଜାର ହଜାର ଟଙ୍କା ଲୁଟ କରି ଛନ୍ତି l ଉକ୍ତ ମହିଳା ବିଭିନ୍ନ ଯୁବକଙ୍କୁ ନିଜ ଠକାମୀର ଶିକାର କରି ସାରିଲେଣି l ଆସନ୍ତୁ ଜାଣିବା ବିଶେଷ ବିବରଣୀ l

ଘଟଣା କ୍ରମେ ରାଜସ୍ଥାନର ସୁତାଲାର ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ଉକ୍ତ ମହିଳା ଜଣଙ୍କ ପ୍ରସ୍ତାବ ଦେଇଥିଲେ l ଉକ୍ତ ମହିଳାଙ୍କ ନାଁ ହେଉଛି ମିନାକ୍ଷୀ l ସେ ରତଳାମ ଜିଲ୍ଲାର ସୁଲାନା ଅଂଚଳରେ ରହୁଥିଲେ l ସେ ଉକ୍ତ ଯୁବକ ଯାହାର ନାମ ମହେନ୍ଦ୍ର ତାଙ୍କୁ ସେ ଗତ ଜୁଲାଇ ମାସ ବିବାହ କରିଥିଲେ l ହେଲେ ବିବାହର ମାତ୍ର ଦୁଇ ଦିନ ପୁରିବl ପରେ ଝିଅ ମିନାକ୍ଷୀ ବାପା ଘରକୁ ଯିବାକୁ ଜିଦି କରିଥିଲା l ଆଉ ମିନାକ୍ଷୀଙ୍କ ଘରେ ଯୋଜନା ଅନୁଯାଇ ଜଣେ ଯୁବତୀ ସାରିକା ଓରଫ ସଂଗୀତl ଓ ତାଙ୍କ ସ୍ୱାମୀ ସାଜି ଆସିଥିବା ଜଣେ ଯୁବକ ସହିତ ଗଜେନ୍ଦ୍ର ନାମରେ ଜଣେ ଯୁବକ ଏହି ପରି ଚାରି ଜଣ ଲୋକ ପହଂଚି ଥିଲେ l ଆଉ ଏମାନେ ମିନାକ୍ଷୀଙ୍କୁ ଘରକୁ ନେବା ପାଇଁ ଜିଦି କରିଥିଲେ l

ଏଥିରେ ମହେନ୍ଦ୍ରଙ୍କ ମନରେ କିଛି ମାତ୍ରlରେ ସନ୍ଦେହ ସୃଷ୍ଟି ହୋଇ ଥିଲl l ତେଣୁ ସେ ବହୁ ସହ ଯିବାକୁ ମନସ୍ଥ କରିଥିଲା l ତେବେ ସେମାନେ ମହେନ୍ଦ୍ରଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ ll ଗାଡ଼ିରେ ଯିବା ସମୟରେ ମହେନ୍ଦ୍ର ନିଜ ସହ ଧୋକା ହେଉଥିବା ଜାଣି ପାରିଥିଲେ l ଯାହା ଫଳରେ ମହେନ୍ଦ୍ର ସହ ସେମାନଙ୍କର ବହୁ ଝଗଡା ହୋଇ ଥିଲl l ହେଲେ ସେମାନେ କିଛି ବାଟ ଗଲା ପରେ ମହେନ୍ଦ୍ରକୁ ଗାଡ଼ିରୁ ବାହାରକୁ ଠେଲି ଦେଇଥିଲେ l ମହେନ୍ଦ୍ର ନିଜ ସହ ହୋଇ ଥିବା ଧୋକାକୁହ ସହ୍ୟ କରି ନପାରି ନିଜର ଏକ ସାର୍ଟରେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ l

ପ୍ରଥମେ ଏହାକୁ ହତ୍ୟା ବୋଲି କୁହା ଯାଇଥିଲା l ପରେ ପୋଷ୍ଟ ମର୍ଟମରେ ଏହା ଆତ୍ମହତ୍ୟl ବୋଲି ଜଣା ପଡିଥିଲା l ତେବେ ମହେନ୍ଦ୍ରଙ୍କ ପାଖରୁ କନ୍ୟାର ଭାଇ ସାଜି ମୋଟ ଦେଢ଼ ଲକ୍ଷ୍ ଟଙ୍କା ଲୁଟ କରା ଯାଇଥିଲା l ଉକ୍ତ ମହିଳାଙ୍କ ସମେତ ଆଉ ଚାରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରଚେଷ୍ଟା ଜାରି ରହିଛି l l

Leave A Reply

Your email address will not be published.