Fastest Odhisha News

Exclusive : ଆଉ ଖସି ଯାଇପାରିବେନି ଦୀନେଶ ! ଏକାଠି ହେବେ ତପସ୍ୱିନୀ ଓ ଦୀପିକା ?…

0

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରେମ ହେଉଛି ସତ୍ୟ ଆଉ ନିରନ୍ତନ , ଆଉ ଏହି ପ୍ରେମରେ ନ ଥାଏ କିଛି ବାଧା ଆଉ ବିପତ୍ତି | କିନ୍ତୁ ପ୍ରେମକୁ ନେଇକି ଏଭଳି କଥା ଉଠୁଥିବା ବେଳେ ଆଜି ବି ଏହି ସମାଜରେ ପ୍ରେମ କୁ ନେଇକି ଚାଲିଛି ଅନେକ ପ୍ରକାରର ଅନ୍ୟାୟ ଆଉ ଅନୀତି | ତେବେ ଦୀପିକା ଙ୍କର ଜୀବନରେ ଘଟିଯାଇଥିବା ଏହି ଘଟଣା ବିଷୟରେ ଶୁଣିଲା ପରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିପାରୁଥିବେ କି କିଭଳି ଭାବରେ ତପସ୍ୱିନୀ ଙ୍କ ପରି ଦୀପିକା ମଧ୍ୟ କଷ୍ଟ ଭୋଗୁଛନ୍ତି, ଆଉ ନ୍ୟାୟ ପାଇଁ ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି | ଆସନ୍ତୁ ତାହେଲେ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ବେଶ କିଛି ବର୍ଷ ହେବ ଏହି ପ୍ରେମ ସମ୍ପର୍କ କୁ ନେଇକି ଚାଲିଥିବା ବ୍ରହ୍ମପୁର ରେ ତପସ୍ୱିନୀ ଆଉ ସୁମିତ ଙ୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି | ଆଉ ଯେଉଁଠି ତପସ୍ୱିନୀ ନ୍ୟାୟ ପାଇଁ ସୁମିତ ଙ୍କ ଘର ଆଗରେ ବସି ରହିଥିଲେ ଆଉ ନ୍ୟାୟ ପାଇଁ ବହୁତ କଷ୍ଟ ମଧ୍ୟ ସହିଥିଲେ, ସେହି ଭଳି ଘଟଣା ପୁଣି ଦୋହରାଇବା ପାଇଁ ଲାଗିଛି ଦୀପିକା ଆଉ ଦିନେଶ ଙ୍କ କ୍ଷେତ୍ରରେ | ଆଉ ଦୀପିକା ମଧ୍ୟ ଦିନେଶ ଙ୍କ ଘର ଆଗରେ ବସି ନିଜ ଛୁଆ ର ପରିଚୟ ଆଉ ତାଙ୍କ ମୁଣ୍ଡରେ ସିନ୍ଦୁର ପାଇଁ ଦାବି କରିଛନ୍ତି |

ଆଉ ସେତେବେଳେ ମଧ୍ୟ ତପସ୍ୱିନୀ ଙ୍କୁ ସାଥ ଦେବା ପାଇଁ ଆଗକୁ ଆସିଥିଲେ ପ୍ରମିଳା ମାଉସୀ ଆଉ ତାଙ୍କୁ ଆଗକୁ ବଢିବାର ଯେମିତି ନୂଆ ରାସ୍ତା ଦେଖାଇଥିଲେ | ଠିକ ସେହିପରି ବର୍ତ୍ତମାନ ଦୀପିକା ଙ୍କ ସାଥିରେ ଘଟିଥିବା ଅନ୍ୟାୟ ବିଷୟରେ ଆଲୋଚନା କରି ତାଙ୍କୁ ନ୍ୟାୟ ଦେବା ପାଇଁ ବାହାରି ପଡିଛନ୍ତି ପ୍ରମିଳା ମାଉସୀ | ତେବେ ବର୍ତ୍ତମାନ ଗୋଟିଏ କଥା ସାମ୍ନାକୁ ଆସିଛି କଣ ତପସ୍ୱିନୀ ଆସିବେ କି ଦୀପିକା ଙ୍କୁ ଏହି ଭଳି ବିପଦ ସମୟରେ ତାଙ୍କୁ ସାଥ ଦେବା ପାଇଁ | ଆଉ କଣ ସେ ମଧ୍ୟ ସାହସ ଦେବା ସହିତ ତାଙ୍କ ଭଳି ସଂଘର୍ଷ କରିବାକୁ ପ୍ରେରଣା ଦେବେ ନା ନାହିଁ ବର୍ତ୍ତମାନ ପ୍ରଶ୍ନ ଉଠିଛି |

ତେବେ ସମାଜରେ ଏହିଭଳି ଘଟୁଥିଲା ଘଟଣା ପ୍ରେମ ପଛରେ ଥିବା ବିଶ୍ୱାସ ଆଉ ଭରଷା କୁ ମଧ୍ୟ ଭାଙ୍ଗି ଦେଉଛି | ତେବେ ଯେଉଁଭଳି ତପସ୍ୱିନୀ ନିଜର ସ୍ୱାମୀ ପାଇଁ ସୁମିତ ଙ୍କ ଘର ଆଗରେ ଧାରଣା ଦେଇଥିଲେ ଠିକ ସେହିପରି ଦୀପିକା ମଧ୍ୟ ଦିନେଶ ଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି | ତେବେ ବର୍ତ୍ତମାନ ଦେଖିବାର ଅଛି କି କେତେବେଳେ ତପସ୍ୱିନୀ ଦୀପିକା ଙ୍କ ପାଖକୁ ଆସିବେ ଆଉ ତାଙ୍କୁ ଏହି ଘଟଣା ପାଇଁ ସାହସ ଯୋଗାଇବେ | ତେବେ ବର୍ତ୍ତମାନ ଦୀପିକା ଙ୍କ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.