Fastest Odhisha News

ଆକାଶରୁ ପାଖାପାଖି ୩ କେଜି ଓଜନର ଏକ ରହସ୍ୟମୟ ବସ୍ତୁ ଖସିପଡ଼ିଥିଲା। ଏହାକୁ ଉଲ୍‌କାପିଣ୍ଡ

0

ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର ଏକ ରହସ୍ୟମୟ ବସ୍ତୁ ଖସିପଡ଼ିଥିଲା। ଏହାକୁ ଉଲ୍‌କାପିଣ୍ଡ ବୋଲି କୁହାଯାଉଥିବାବେଳେ ଓଜନ ୨.୭୮ କେଜି ରହିଛି। ଏହି ବସ୍ତୁକୁ ଦେଖିବା ଲାଗି ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସାଞ୍ଚୋର ଥାନା ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି, ସକାଳ ୭ଟାରେ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ଚମତ୍କାର ପଥର ପ୍ରଚଣ୍ଡ ଶବ୍ଦ କରି ଭୂମିରେ ପଡ଼ିଥିଲା।

राजस्थान: आसमान से चमचमाता उल्कापिंड गिरा अलवर गांव की फैक्ट्री कंपाउंड पर,  दिखा डरावना मंजर (Video) | 🔬 LatestLY हिन्दी

ଲୋକମାନେ ସେଠାରେ ପହଞ୍ଚତ୍ ଦେଖିଲେ ଏହା କଳା ରଙ୍ଗର ଏକ ବସ୍ତୁ ଥିଲା। ଭୂମିରେ ପଡ଼ିବା ପରେ ଏହା ୪-୫ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି କରିଥିଲା। ସେତେବେଳେ ଏହା ବହୁତ ଉତ୍ତପ୍ତ ଥିଲା। ଥଣ୍ଡା ହେବାପରେ ଏହାକୁ ଏକ କାଚ ଜାର ମଧ୍ୟରେ ରଖାଯାଇଛି। ଯୋଦ୍ଧପୁର ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ଏହାର ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଆକାଶରେ ବେଳେବେଳେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଏହି ଧାତୁ ଗତି କରୁଥିବାର ଦେଖିବାକୁ ମିଳିଥାଏ। ଏହାକୁ ଉଲ୍‌କା କୁହାଯାଇଥାଏ। ସାଧାରଣତଃ ରାତିରେ ଏମାନେ ଗତି କରିଥାନ୍ତି। କିନ୍ତୁ ପୃଥିବୀରେ ଏମାନେ ବହୁତ କମ୍‌ ସଂଖ୍ୟାରେ ପଡ଼ିଥାନ୍ତି।

ସୂଚନା ଥାଉ କି ୧୯ ଜୁନ ସକାଳ ୭ ରେ ରାଜସ୍ଥାନ ର ସଂଚର ସହର ଯାହା ଜଲୋର୍ ଜିଲ୍ଲାରେ ଅବସ୍ଥିତ, ଏହି ଦିନ ଶୁକ୍ରବାର ଦିନ ଏକ ଅଜଣା ଧାତୁ ପିଣ୍ଡ ଯାହାର ଓଜନ ୨.୭୮ କିଲୋ ଗ୍ରାମ ଅଟେ ତାହା ସେଠାରେ ଖସି ପଡ଼ିଥିଲା।ଏହାର ତୀବ୍ରତା ଓ ପଡ଼ିବାର ବେଗ ଏତେ ଅଧିକ ଥିଲା ଯେ ଏହା ଯେଉଁ ସ୍ଥାନରେ ପଡ଼ିଥିଲା ସେଠାରେ ୧ ମିଟର ଗର୍ତ୍ତ ତିଆରି କରିଥିଲା।ଏହି ବସ୍ତୁକୁ ଦେଖିବା ଲାଗି ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସାଞ୍ଚୋର ଥାନା ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି, ସକାଳ ସମୟରେ ରେ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ଚମତ୍କାର ପଥର ପ୍ରଚଣ୍ଡ ଶବ୍ଦ କରି ଭୂମିରେ ପଡ଼ିଥିଲା।ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ ବାସ୍ତବରେ ଏହାର ମହତ୍ୱ କଣ ରହିଛି।

ତେବେ ଉଲ୍କା ପିଣ୍ଡର ବିଭିନ୍ନ ପ୍ରକାରର ବିଭାଗୀ କରଣ ରହିଛି ଯାହାକୁ ବୈଜ୍ଞାନିକ ମାନେ ଭିନ୍ନ ଉପାୟରେ ଉପସ୍ଥାପନା କରିଛନ୍ତି।ଏହି ସବୁ ପିଣ୍ଡ ର ବିଭାଗୀକରଣ ମଧ୍ୟରେ ସ୍ତିରୋଡ଼ସ୍, ଏସ୍ତ୍ରେଡ୍, ଅସୀତୋଡ ଇସ୍ତୋଡ ଆଦି ପ୍ରକାରର ଉଳକା ପିଣ୍ଡ ଦେଖିବାକୁ ମିଳିଥାଏ।ତେବେ ଏମାନେ ମହା କାଶରେ ସବୁଠାରୁ ଶେଷ ସ୍ତରରେ ରହିଥାନ୍ତି। ଆସୁଥିବା ଆୟାନ କନିକା ମାନଙ୍କର ସଂସ୍ପର୍ଶରେ ଅସି ପାର୍ତିକିଲ୍ ମାନ ତିଆରି ହୋଇଥାଏ ଏବଂ ଏହି ସବୁ ବସ୍ତୁ ର ରେଡ଼ିଓ ଆକ୍ତିଭିଟି ବହୁତ୍ ଅଧିକ ରହିବା ହେତୁ ଅଧିକ ତୀବ୍ରତର ମଧ୍ୟ ହୋଇଥାଏ। ତେବେ ଏହି ଉଲ୍ଲା ପିଣ୍ଡ ମାନଙ୍କୁ ସହଜରେ ତାର ପୃଥିବୀ ପୃଷ୍ଠ ଉପରକୁ ପଡ଼ିବାର ପ୍ରଭାବ କୁ ବୈଜ୍ଞାନିକ ମାନେ ଗବେଷଣା କରିବାରେ ଲାଗିଛି।

Leave A Reply

Your email address will not be published.